ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ଓ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ିିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ବାଣକୁ ବ୍ୟାନ କରିବା ନେଇ ଘୋଷଣା କରିଛନ୍ତି।
ସମୀକ୍ଷା ବୈଠକ ପରେ କେଜ୍ରିୱାଲ କହିଛନ୍ତି ଯେ, ପ୍ରଦୂଷଣ, ପାର୍ବଣ ଓ ଜଳବାୟୁ ଯୋଗୁ କରୋନା ସଂକ୍ରମଣ ବୃଦ୍ଧି, ଚିକିତ୍ସା ସମ୍ବନ୍ଧୀୟ ବ୍ୟବସ୍ଥାରେ ସୁଧାର ଓ ହସ୍ପିଟାଲରେ ଆଇସିୟୁ ଶଯ୍ୟା ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି।
ସୂଚନାଯୋଗ୍ୟ, ଏହାପୂର୍ବରୁ କେଜ୍ରିୱାଲ ଦୀପାବଳୀରେ ବାଣ ନ ଫୁଟାଇବା ପାଇଁ ଆହ୍ୱାନ ଦେଇ କହିଥିଲେ ଯେ, ପ୍ରଦୂଷଣ ଯୋଗୁ ଦିଲ୍ଲୀରେ କୋଭିଡ-୧୯ ସ୍ଥିତି ଖରାପ ହେବାରେ ଲାଗିଛି। ଦିଲ୍ଲୀରେ ଦିନକରେ ରେକର୍ଡସ୍ତରରେ ୬,୮୪୨ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଓ ୫୧ ଜଣଙ୍କର ମୃତ୍ୟୁ ଘଟିଛି।