ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସରବାହାଲ ନିକଟରେ ନିର୍ମାଣଧୀନ ରେଳ ଅଣ୍ଡରବ୍ରିଜରୁ ନିର୍ମାଣ ସାମଗ୍ରୀ ଚୋରି କରିନେଉଥିବା ଅଭିଯୋଗରେ ବଡ଼ମାଲ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ସରବାହାଲର ସତ୍ୟଜୀତ ମିଶ୍ର (୨୫) ବୋଲି ବଡମାଲ ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ବେଦାନ୍ତ ରେଳ ଅଣ୍ଡରବ୍ରିଜ୍ ନିର୍ମାଣ କରୁଥିବା ଏମକେ.କନଷ୍ଟ୍ରକସନରରୁ ବିଭିନ୍ନ ସାମଗ୍ରୀକୁ ଏକ ବାଇକରେ ସତ୍ୟଜିତ ନେଉଥିବା କର୍ମଚାରୀମାନେ ଦେଖି ବଡ଼ମାଲ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ମାମଲା ରୁଜୁକରି ତଦନ୍ତ କରିବାସହ ସତ୍ୟଜିତଙ୍କ ଘରୁ ଚୋରା ସାମଗ୍ରୀ ଜବତ କରି ତାକୁ କୋର୍ଟ ଚାଲାଣ କରିଛି।