କଳାପଲସର ଲୁଟେରାଙ୍କ ଆତଙ୍କ: ଦମ୍ପତିଙ୍କ ଠାରୁ ଲୁଟିନେଲ ୨୦ ହଜାର ଟଙ୍କା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ଏକ ଦମ୍ପତିଙ୍କ ଟଙ୍କା ଉଠା ଯାଉଥିବାବେଳେ ଡିଆନାଳି ନିକଟରେ କଳା ପଲସରରେ ଆସି ୨ ଦୁର୍ବୃତ୍ତ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ଅନୁସାରେ ଘଟଗାଁ ଥାନା ଗୋଧିରାମପଡା ଗ୍ରାମର ସୁରେଶ ମାଝୀ ତାଙ୍କ ସ୍ତ୍ରୀ ଜଭା ମାଝୀଙ୍କ ସହିତ ପାଟଣା ଷ୍ଟେଟ ବ୍ୟାଙ୍କରୁ ୨୦ ହଜାର ଟଙ୍କା ଉଠାଇ ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ କଳା ପଲସର ଗାଡ଼ିରେ ଆସି ସ୍ତ୍ରୀ ଧରିଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପାଟଣା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଲୁଟ ରାସ୍ତାରେ ଥିବା ଏକ ସିସିଟିଭ ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।