ପଶ୍ଚିମ ବଙ୍ଗଳା ବିଜେପି ନେତା ହତ୍ୟା ଘଟଣାରେ ୨ ଗିରଫ

କୋଲକାତା,ଏଜେନ୍ସି: ଅକ୍ଟୋବର ୪ ତାରିଖରେ ବିଜେପି ନେତା ମନିଷ ଶୁକ୍ଲାଙ୍କ ହତ୍ୟା ମାମଲାରେ ପଶ୍ଚିମ ବଙ୍ଗ କ୍ରାଇମବ୍ରାଞ୍ଚ ପୁଲିସ ତଦନ୍ତ କରି ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ପଞ୍ଜାବର ଲୁଧିଆନା ଅଞ୍ଚଳରୁ ଗିରଫ କରାଯାଇଛି। ଗିରଫ ୨ ଅଭିଯୁକ୍ତ ହେଲେ ବିହାର ଅଞ୍ଚଳର ସୁଜିତ କୁମାର ରାୟ ଓ ରୋସନ ଯାଦବ। ସେମାନଙ୍କୁ ପଶ୍ଚିମ ବଙ୍ଗଳାର ଉତ୍ତର ୨୪ ପରଗନା ଜିଲ୍ଲାକୁ (ଯେଉଁଠାରେ ଶୁକ୍ଲାଙ୍କୁ ହତ୍ୟା କରାଯାଇଥିଲା) ଅଣାଯାଇଥିଲା। ସେଠାରେ ବାରାକପୋର କୋର୍ଟରେ ଶୁକ୍ରବାର ଅପରାହ୍ଣରେ ହାଜର କରାଯାଇଥିଲା।

ତେବେ ବିହାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୁବୋଧ ସିଂ ଅଧୀନରେ ରାୟ ଓ ଯାଦବ କାମ କରନ୍ତି। ଏକ ହତ୍ୟା କାଣ୍ଡରେ ସିଂଙ୍କୁ ବ୍ୟୁର ଜେଲରେ ରଖାଯାଇଛି। ସେହିପରି ରାୟ ଓ ଯାଦବ ମନ୍ତ୍ରୀ ଶୁକ୍ଲାଙ୍କୁ ହତ୍ୟା କରିବା ପରେ ବିହାର ଫେରିଯିବା ସହ ପୁଲିସରୁ ଲୁଚିବା ପାଇଁ ପଞ୍ଜାବ ପଳାଇଥିଲେ। ପରେ ସିଆଇଡି ତଦନ୍ତ କରି ସେମାନଙ୍କୁ ଗିରଫ କରିଛି।