ଚେନ୍ନାଇର ‘କର ମା ମର’ ପରିସ୍ଥିତି, ମୁମ୍ବାଇ ସହ କଡା ଟକ୍କର

ଶାରଜା, ଏଜେନ୍ସି:  ଚଳିତ ଆଇପିଏଲରେ ଚନ୍ନାଇ ପ୍ରଦର୍ଶନ ଭଲ ରହିନାହିଁ। ଯଦି ଆଜିର ମ୍ୟାଚ ଚେନ୍ନାଇ ହାରିଯାଏ ତେବେ ପ୍ଲେ ଅଫ୍ ଦୌଡରୁ ବାଦ ପଡିବ। ଆଜି ସନ୍ଧ୍ୟରେ ମୁମ୍ବାଇ ସହ ଚେନ୍ନାଇର ମ୍ୟାଚ ରହିଛି।
ଚେନ୍ନାଇ ସୁପରକିଙ୍ଗ୍ସ ଏ ପର୍ଯ୍ୟନ୍ତ ୧୦ଟି ମ୍ୟାଚରୁ ୭ଟିରେ ପରାଜିତ ହୋଇଥିବା ବେଳେ ମାତ୍ର ୩ଟିରେ ବିଜୟୀ ହୋଇଛି। ଦଳ ୬ ପଏଣ୍ଟ ସହ ଟେବୁଲର ସର୍ବ ନିମ୍ନ ସ୍ଥାନରେ ରହିଛି। ଦଳକୁ ପ୍ଲେଅଫରେ ପ୍ରବେଶ କରିବା ମୁସ୍କିଲ ହୋଇ ପଡିଛି।

ଅନ୍ୟପଟେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସ ୯ଟି ମ୍ୟାଚରୁ ୬ ବିଜୟ ସହିତ ତାଲିକାର ତୃତୀୟରେ ରହିଛି। ଦଳର ନେଟ୍ ରନ ରେଟ୍ ମଧ୍ୟ ସବୁ ଦଳକୁ ଭଲ ରହିଛି। ୧୬ ପଏଣ୍ଟ ହାସଲ କଲେ ପ୍ଲେ ଅଫରେ ପହଞ୍ଚିବା ସୁନଶ୍ଚିତ ହୋଇଥାଏ। ଏପର୍ଯ୍ୟନ୍ତ କୌଣସି ଦଳକୁ ୧୬ ପଏଣ୍ଟ ମିଳିନାହିଁ। ହେଲେ ଶୀର୍ଷ ୫ରେ ମୁମ୍ବାଇ ବ୍ୟତୀତ ଦିଲ୍ଲୀ, ବେଙ୍ଗାଲୁରୁ ଓ ହାଇଦ୍ରାବାଦର ୪-୪ ମ୍ୟାଚ୍ ବାକି ରହିଛି।