ନୂଆଦିଲ୍ଲୀ, ଏଜେନ୍ସି: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ହୃଦଘାତର ଶିକାର ହୋଇଛନ୍ତି। ତାଙ୍କୁ ନୂଆଦିଲ୍ଲୀସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧିକ ତଥ୍ୟ ମିଳିପାରିନାହିଁ। ସୋସିଆଲ ମିଡିଆରେ ତାଙ୍କର ହୃଦଘାତ ଖବର ପ୍ରଚାର ହେବାପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରକାଶ ଥାଉକି, କପିଲ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ପାଇଁ ୧୯୮୩ ବିଶ୍ୱକପରେ ବିଜେତା ହୋଇଥିଲା।