ସହିଦଙ୍କ ପରିବାରକୁ ସମ୍ବର୍ଦ୍ଧିତ କଲେ ଏସପି

ଦେବଗଡ଼, ଏନ୍ଏନ୍ଏସ୍: ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଜିଲ୍ଲା ପୁଲିସ ପକ୍ଷରୁ ଆୟୋଜିତ ସହିଦ ଦିବସ ନିରାଡମ୍ବର ଭାବେ ପାଳନ କରାଯାଇଥିଲା। ସହିଦ ଦିବସ ଉପଲକ୍ଷେ ଜିଲ୍ଲାର ୨ଜଣ ସହିଦ ପରିବାରକୁ ଆଜି ଜିଲ୍ଲା ପୁଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପୂର୍ବାହ୍ନରେ ଦେବଗଡ଼ ଏସପି ମନୋଜ କୁମାର ମାହାନ୍ତି ସହିଦ କାର୍ତ୍ତିକେଶ୍ୱର ମହାପାତ୍ରଙ୍କ ବାସଭାବନକୁ ଯାଇ ତାଙ୍କ ବୃଦ୍ଧା ମାଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେହିପରି ବାରକୋଟ ବ୍ଲକ ଭାଟସିଂ ଗ୍ରାମର ସହିଦ ଶାନ୍ତନୁ କୁମାର ଧଳଙ୍କ କଣ୍ଢଳସ୍ଥିତ ବାସଭବନକୁ ଯାଇ ସହିଦଙ୍କ ସ୍ତ୍ରୀଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଏସପି ଶ୍ରୀ ମାହାନ୍ତ ସହୀଦ ଶାନ୍ତନୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ସମେତ ଦେବଗଡ ଥାନାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।