ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଜୟପୁର ଗ୍ରାମର ରଘୁ ସାହିରେ ବେଆଇନ ଭାବେ ଗଛ କଟାଯାଉଥିବାବେଳେ କୌଣସି ସୂତ୍ରରୁ ବନବିଭାଗ ଖବରପାଇ ଚଢ଼ଉ କରିଥିଲା। ଏହି ସମୟରେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ୨୬ ଖଣ୍ଡ ଶାଳ କାଠ ରୁଅ ସହିତ କାଠ କଟା ପାଇଁ ବ୍ୟବହୃତ ହେଉଥିବା କରତ ଓ ଟାଙ୍ଗିଆକୁ ଜବତ କରିଛନ୍ତି। ସେହିପରି ବେଆଇନ ଭାବରେ ଗଛ କାଟୁଥିବାରୁ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଝାରଖଣ୍ଡ ଅଞ୍ଚଳର ବାହାରୁଦ୍ଦିନ ଆଂସାରୀ, ସାଫାଉଲ ଆଂସାରୀ ଓ ଇଶ୍ରାଏଲ ଆଂସାରୀ।