ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨୩୯ ଆକ୍ରାନ୍ତ, ୩୦୨ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୩ ଜଣ ସଂଗରୋଧ ଓ ୧୭୬ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସେପଟେ ଆଜି ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୭ ହଜାର ୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୫ ହଜାର ୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨ ହଜାର ୬୮୪ ଜଣ ଆକ୍ରାନ୍ତ ସକ୍ରିୟ ଥିବାବେଳେ ୧୪୪ ଜଣଙ୍କର ମୃତ୍ୟୁ ହୋଇଛି। ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ବରମୁଣ୍ଡାରୁ ୬ ଜଣ, ଶୈଳଶ୍ରୀ ବିହାର, ପୁରୁଣା ଭୁବନେଶ୍ୱରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ପଟିଆରୁ ୧୦ ଜଣ, ଚନ୍ଦ୍ରଶେଖରପୁରରୁ ୯ ଜଣ, ସତ୍ୟନଗର ଓ ୟୁନିଟ-୬ରୁ ୭ ଜଣ ଲେଖାଏଁ, ପୁରୁଣା ଭୁବନେଶ୍ୱର ଓ ଲକ୍ଷ୍ମୀସାଗରରୁ ୬ ଜଣ ଲେଖାଏଁ, ପାତ୍ରପଡ଼ା ଓ ବରମୁଣ୍ଡାରୁ ୫ ଜଣ ଲେଖାଏଁ, ସୌଭାଗ୍ୟ ନଗର, ନିଳାଦ୍ରି ବିହାର, ବମିଖାଲ, ସହିଦ ନଗର, ରସୁଲଗଡ଼, ଜାଗମରା ଓ ମଞ୍ଚେଶ୍ୱରରୁ ୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।