ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ ଦୈନିକ କରୋନା ଆକ୍ରାନ୍ତଙ୍କ ତୁଳନାରେ ଦ୍ରୁତ ଗତିରେ ଆରୋଗ୍ୟ ହେଉଛନ୍ତି। ଏହି ସବୁ ମଧ୍ୟରେ ଆଜି ରାଜ୍ୟରେ ୨୭୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସବୁ ମଧ୍ୟରେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨୦୬, ଅନୁଗୁଳରୁ ୨୦୧, ମୟୂରଭଞ୍ଜରୁ ୧୫୬, କଟକରୁ ୧୧୯, ନୂଆପଡ଼ାରୁ ୧୦୬, ବଲାଙ୍ଗିରରୁ ୧୦୫, ବରଗଡ଼ରୁ ୧୦୦, ସମ୍ବଲପୁରରୁ ୯୮, ଯାଜପୁରରୁ ୯୪, କେନ୍ଦ୍ରାପଡ଼ାରୁ ୭୧, ଝାରସୁଗୁଡ଼ାରୁ ୭୦, ଢ଼େଙ୍କାନାଳରୁ ୬୬, ପୁରୀରୁ ୬୫, କଳାହାଣ୍ଡିରୁ ୬୧, ଭଦ୍ରକରୁ ୫୮, ଜଗତସିଂହପୁରରୁ ୫୬, ବାଲେଶ୍ୱରରୁ ୪୮, ନବରଙ୍ଗପୁରରୁ ୪୮, ମାଲକାନଗିରିରୁ ୪୫, ସୋନପୁରରୁ ୪୫, କେନ୍ଦୁଝରରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୪, ନୟାଗଡ଼ରୁ ୩୦, କୋରାପୁଟରୁ ୨୯, ରାୟଗଡ଼ାରୁ ୨୭, ଦେବଗଡ଼ରୁ ୧୬, ଗଜପତିରୁ ୮ ଏବଂ ବୈଦ୍ଧରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଷ୍ଟେଟ ପୁଲରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ୮୬ ଜଣ ସୁସ୍ଥ ହୋଇଛନ୍ତି।

ଫଳରେ ଆଜି ସୁଦ୍ଧା ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୨ ଲକ୍ଷ ୫୪ ହଜାର ୯୧୩ରେ ପହଞ୍ଚିଛି। ଆଜି ରାଜ୍ୟରେ ୧୯୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ କରୋନା ସଂକ୍ରମଣ ୨ ଲକ୍ଷ ୭୪ ହଜାର ୧୮୧ରେ ପହଞ୍ଚିଛି। ସେଥିରୁ ବର୍ତ୍ତମାନ ୧୮,୦୩୪ ଜଣ ଚିକିତ୍ସିତ ହେଉଥିବାବେଳେ ୧୧୮୧ ଜଣଙ୍କ ମୃତ୍ୟୁ ହୋଇଛି।