ସୀମା ଅତିକ୍ରମ କରିଥିବା ଚୀନ ସୈନିକଙ୍କୁ ମୁକ୍ତ କଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଧରାପଡିଥିବା ଜଣେ ଚୀନ ସୈନିକଙ୍କୁ ବିଳମ୍ବିତ ରାତିରେ ଚୁସୂଲ୍ ମୋଲ୍ଡୋ ମିଟିଂ ପଏଣ୍ଟରେ ଭାରତୀୟ ସେନା ଦ୍ୱାରା ଚୀନ ସେନାକୁ ଫେରାଇ ଦିଆଯାଇଛି। ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଜଣେ ସୈନିକ ଭାରତର ସୀମାରେ ପ୍ରବେଶ କରିବା ପରେ ସେନା ତାକୁ ଗିରଫ କରିଥିଲା। ତେବେ ଏ ସମ୍ପର୍କରେ ଉଭୟ ପକ୍ଷର ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବ।

ଉଲ୍ଲେଖନୀୟ କଥା ହେଉଛି, ମେ ମାସରୁ ସୀମାରେ ଭାରତ ଏବଂ ଚୀନ ସେନା ମଧ୍ୟରେ ତିକ୍ତତା ଜାରି ରହିଛି। ଏହି ସମୟରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ଭାରତୀୟ ସେନା ତାଙ୍କୁ ଗିରଫ କରିଥିଲା। ଭାରତୀୟ ସେନାର ବିବୃତ୍ତି ଅନୁଯାୟୀ ତାଙ୍କୁ ଜଳବାୟୁ ପରିସ୍ଥିତିରୁ ରକ୍ଷା କରିବା ପାଇଁ ଚିକିତ୍ସା ସହାୟତା, ଖାଦ୍ୟ ଏବଂ ଉଷୁମ ପୋଷାକ ଯୋଗାଇ ଦିଆଯାଇଥିଲା।