ରାଜଧାନୀରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଉଠାଇଲା ଏନଆଇଏ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଜାତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଖଣ୍ଡଗିରି ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଉଠାଇ ନିଆଯାଇଛି। ସେମାନେ ଆତଙ୍କୀଙ୍କ ଲିଙ୍କରେ ଥିବା ସନ୍ଦେହରେ ଉଠାଇ ନିଆଯାଇଛି। ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚୁରା କରାଯାଉଥିବା ଜଣାପଡ଼ିଛି।

ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଥିବା ବେଳେ ଭୁବନେଶ୍ୱରର ଜଣେ ବ୍ୟକ୍ତି ଆତଙ୍କୀଙ୍କ ଲିଙ୍କରେ ଥିବା ସନ୍ଦେହ ହୋଇଥିଲା। ଏନେଇ ଉକ୍ତ ବ୍ୟକ୍ତିକୁ ଏନଆଇଏ ଉଠାଇ ନେଇଛି। କ୍ରାଇମବ୍ରାଞ୍ଚ ଓ ଏନଆଇଏ ପକ୍ଷରୁ ମିଳିତ ବ୍ୟକ୍ତିଙ୍କୁ ଜେରା କରାଯାଉଛି।