ବ୍ରେକଫେଲ୍ ହେଲା ଗାଡି, ଜଣେ ମୃତ : ୨୦ ଆହତ

ବ୍ରହ୍ମପୁର, ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ତୁରୁବୁଡି ପଞ୍ଚାୟତ କଣ୍ଟାଖାଳି ଗ୍ରାମ ନିକଟ ବିଦ୍ୟାଧରପୁର ବାଙ୍କ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ନୂଆଗଡରୁ କୂରେଇଶୁଣି ମା’ଙ୍କ ଦର୍ଶନ ସାରି ଫେରିବା ସମୟରେ ଗାଡିର ବ୍ରେକ୍ ଫେଲ୍ ହେବାରୁ ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃକତ ଟିକରପଡା ଗ୍ରାମର ତ୍ରିଲୋଚନ ସାହୁଙ୍କ ଧର୍ମପତ୍ନୀ ପଙ୍କଜ ସାହୁ ବୋଲି ଜଣାପଡ଼ିଛି। ଗାଡି ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି ।