ଗଞ୍ଜେଇ ଓ ବାଇକ୍ ଜବତ, ୨ ଗିରଫ

ଜୟପୁର,ଏନ୍ଏନ୍ଏସ୍: ବୈପାରିଗୁଡା ପୁଲିସ୍ ଦ୍ୱାରା ୨୦୦ କେଜି ଗଞ୍ଜେଇ ସହ ୪ଟି ବାଇକ ଜବତ କରାଯାଇଛି। ଏହାସହ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜବାକନାଡି ଗ୍ରାମର ଜୟଦେବ ହରିଜନ(୩୦) ଏବଂ ପି.ମାଲିଗୁଡାର ହରିହର ଖରା(୨୦)। ଅନ୍ୟ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି। ଗିରଫ ହରିହର ଓ ଜୟଦେବ ଅନ୍ୟ ସାଥୀମାନଙ୍କ ସହ ୪ଟି ବାଇକରେ ଗଞ୍ଜେଇ ନେଇ ବୈପାରିଗୁଡା ଆସୁଥିବାବେଳେ ଗୁପ୍ତେଶ୍ୱର ରୋଡର ମାଝିଗୁଡା ଛକରେ ପୁଲିସ ହାତରେ ଧରା ପଡିଥିଲେ। ପୁଲିସକୁ ଦେଖି ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ।