ଜମ୍ମୁ-କଶ୍ମୀର ଓ ଲଦାଖ ଭାରତର ଅଭିଚ୍ଛେଦ୍ୟ ଅଙ୍ଗ: ଚୀନକୁ କୌଣସି ଟିପ୍ପଣୀ ଦେବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ଲଦାଖକୁ ନେଇ ଚୀନ ଟିପ୍ପଣୀ ଦେବା ପରେ ଭାରତ କଡ଼ା ରୂପ ଧାରଣ କରିଛି। ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଚୀନକୁ ଭାରତର ଆଭ୍ୟନ୍ତରୀଣ କ୍ଷେତ୍ରରେ ଦଖଲ ଦେବାର କୌଣସି ଆବଶ୍ୟକତା ନାହିଁ । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ଭାରତର ଅଭିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଓ ରହିବ। ଏଥିସହିତ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଚୁକ୍ତିକୁ ସମ୍ପୂର୍ଣ୍ଣ ରୂପେ ପାଳନ କଲେ ସୀମାରେ ଶାନ୍ତି ସ୍ଥିର ରହିବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ନୂଆ ପୋଲର ଏକ ଶୃଙ୍ଖଳା ଉଦଘାଟନ ହେବା ପରେ ଚୀନ ଲଦାଖ ବିରୋଧରେ ଏକ କଡ଼ା ମନ୍ତବ୍ୟ ଦେଇଥିଲା। ଭାରତ ଦ୍ୱାରା ଅବୈଧ ରୂପେ ସ୍ଥାପିତ ହୋଇଥିବା ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯିବ ନାହିଁ ବୋଲି ଚୀନ କହିଥିଲା।

ସୂଚନାଯୋଗ୍ୟ, ଚୀନ ବିଦେଶ ମନ୍ତ୍ରଣାୟର ପ୍ରବକ୍ତା ଜାେଆ ଲିଜିୟନ କହିଛନ୍ତି ଯେ, ସୀମାରେ ମୂଳ ଢାଞ୍ଚାର ବିକାଶ ଉଭୟ ଦେଶ ମଧ୍ୟରେ ଚିନ୍ତାଜନକ ପରିବେଶ ସୃଷ୍ଟି କରୁଛି। ସେଥିପାଇଁ କୌଣସି ଦେଶ ଏଭଳି ପରିସ୍ଥିତି ସୃଷ୍ଟି କରୁଥିବା କାର୍ଯ୍ୟକଳାପ କରିବା ଉଚିତ ନୁହେଁ।