ଆଦିତ୍ୟଙ୍କ ଆକାଉଣ୍ଟରେ ୧୮ ହଜାର ଟଙ୍କା : କାମ ନମିଳିଲେ ବିକିବେ ବାଇକ୍

ମୁମ୍ବାଇ: ଗାୟକ ତଥା ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ କରୋନା ସମୟରେ ତାଙ୍କ ଆର୍ଥିକ ସମସ୍ୟାକୁ ନେଇ ମୁହଁ ଖୋଲିଛନ୍ତି। ଆଦିତ୍ୟ କହିଛନ୍ତି ଯେ, ଏବେ ତାଙ୍କର ସବୁ ସେଭିଙ୍ଗସ୍ ସରିଯାଇଛି ଓ ଆକାଉଣ୍ଟରେ ମାତ୍ର ୧୮ ହଜାର ଟଙ୍କା ପଡ଼ିଛି। ବର୍ଷକ ପାଇଁ ତାଙ୍କୁ ଘରେ ବସିବା ପାଇଁ ପଡ଼ିବ ବୋଲି ସେ କେବେ ବି ଭାବିନଥିଲେ କିନ୍ତୁ ଲକଡାଉନ ତାଙ୍କ ଚିନ୍ତାଧାରା ବଦଳାଇ ଦେଇଛି। ଯଦି ପରିସ୍ଥିତି ଏମିତି ଲାଗି ରୁହେ ତେବେ ତାଙ୍କୁ ବାଇକ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ଜିନିଷ ବିକିବାକୁ ପଡ଼ିବ ବୋଲି ଆଦିତ୍ୟ କହିଛନ୍ତି।

ସୂଚନାଯୋଗ୍ୟ, ଆଦିତ୍ୟ ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ଚଳିତ ବର୍ଷ ବିବାହ କରିବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି।