୨୧ କେଜି ଜିଲୋଟିନ ଜବତ କଲେ ବିଏସଫ୍ ଯବାନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡା ଜଂଗଲରୁ ବିଏସଏଫ ଯବାନ ୨୧ କେଜି ଜିଲୋଟିନ ଜବତ କରିଛନ୍ତି। ଗତକାଲି ବିଏସଫର ୭୬ ବାଟାଲିୟନର ଯବାନମାନେ ଅପରେସନକୁ ଯାଇଥିବାବେଳେ ଜଙ୍ଗଲରେ ମାଓବାଦୀଙ୍କ ଦ୍ବାରା ଜିଲୋଟିନ ରଖାଯାଇଥିବା ଖବର ପାଇଥିଲେ। ପରେ ତଲାସୀ କରି ପାହାଡ଼ ନିକଟରେ ବସ୍ତାରେ ଲୁଚାଇ ରଖାଯାଇଥିବା ୨୧ କେଜି ଜିଲୋଟିନ ଜବତ କରିଥିଲେ। ମାଓବାଦୀମାନେ ପୁଲିସକୁ ଟାର୍ଗେଟ କରିବା ପାଇଁ ଜିଲୋଟିନ ଲୁଚାଇ ରଖିଥିବା ଅନୁମାନ କରାଯାଉଛି ।