ବରଗଡ଼,ଏନ୍ଏନ୍ଏସ୍ : ବରଗଡ଼ ତହସିଲରେ ଦୀର୍ଘ ଦିନରୁ ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ତାହା ଠିକ ସମୟରେ ମିଳି ପାରୁନାହିଁ। ଫଳରେ ଛାତ୍ରଛାତ୍ରୀମାନେ ନାମ ଲେଖା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ମଙ୍ଗଳବାର ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ ସହ ଆବେଦନ କରାଯାଇଥିବା ପ୍ରମାଣପତ୍ର ଗୁଡ଼ିକୁ ଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା। ଏହି ସମୟରେ ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ଈଶ୍ୱର ବାଗ, ନବ କିଶୋର ପାଣିଗ୍ରାହୀ , ପରୀକ୍ଷିତ ଛତ୍ତର , କିଶୋର ବିଭାର ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।