ଝାରସୁଗୁଡ଼ା ଟାଉନ ପ୍ରବେଶ ପଥ ସିଲ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କଟକଣା ଲାଗୁ କରାଯାଇଛି। ବେହାରାମାଲ କିଶାନ ଛକରୁ ଝାରସୁଗୁଡ଼ା ଟାଉନକୁ ଯାଉଥିବା ପ୍ରବେଶ ପଥକୁ ସିଲ କରାଯାଇଛି। ଏହାସହ ସରବାହାଲ, ବେହାରାମାଲ, ପୁରୁଣା ବସ୍ତି, ଏକାତାଲି, ମାରୱାଡ଼ିପଡ଼ା, କବରାସ୍ଥାନ ପଡ଼ା ଆଦି ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଏ ସମସ୍ତ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଲୋକଙ୍କ ଯାତାୟାତ ଉପରେ ସମ୍ପୂର୍ଣ୍ଣ ରୂପେ ରୋକ ଲଗାଯାଇଛି। ସେହିପରି ଗତ ୨୫ ତାରିଖରୁ ସହରର ସମସ୍ତ ରାସ୍ତାକଡ଼ ଖାଇବା ସାମଗ୍ରୀ ଦେକାନକୁ ୧୫ ଦିନ ପାଇଁ ବନ୍ଦ କରାଯାଇଥିବାବେଳେ ସହର ମଧ୍ୟରେ ଥିବା ସମସ୍ତ ଦୋକାନ ଗତ ୨୬ ତାରିଖରୁ ୭ ଦିନ ପାଇଁ ବନ୍ଦ ରହିବ।