ତେଲକୋଇ ଅଞ୍ଚଳରୁ ୩ ଜନ୍ତୁ ଶିକାରୀ ଗିରଫ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଂଚଳ ଉଦୟଗିରି ଢିଙ୍କେଶ୍ୱରୀ ସଂରକ୍ଷିତ ଜଙ୍ଗଲରୁ ଜଙ୍ଗଲୀ ଜନ୍ତୁ ଶିକାର କରୁଥିବା ୩ଜଣ ଶିକାରୀକୁ ବନବିଭାଗ ଗିରଫ କରିଛି। ଗୁଇନ୍ଦା ପକ୍ଷରୁ ତଥ୍ୟ ପାଇ ବନ ବିଭାଗ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବୋମା, ଜନ୍ତୁ ଶିକାର ସରଞ୍ଜାମ ଓ ବାରହା ମାଂସ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଦୟଗିରି ଗ୍ରାମର ଜନ୍ତୁ ଶିକାରୀ ବିଷ୍ଣୁପ୍ରସାଦ ମହାକୁଡ଼, ବିଜୟ ମହାରଣା ଓ ଇନ୍ଦ୍ରମଣୀ ପାତ୍ର।