ନୂଆଦିଲ୍ଲୀ: ବିହାର ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଓ ରାଜ୍ୟପାଳ ଫାଗୁ ଚୌହାନଙ୍କ ସମେତ ୩୧ ନେତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ୩୧ ଜଣଙ୍କ ଏହି ତାଲିକାରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ସାମିଲ ଅଛନ୍ତି।
ବିହାର ସରକାରଙ୍କ ଗୃହ ବିଭାଗର ବିଶେଷ ଶାଖା ଏସମ୍ବନ୍ଧରେ ସୂଚନା ଦେଇଛନ୍ତି। ଜାରୀ ହୋଇଥିବା ସୂଚନାନୁସାରେ ମୁଖ୍ୟମନ୍ତ୍ରୀ ନୀତିଶ ଓ ରାଜ୍ୟପାଳ ଫାଗୁଙ୍କୁ ‘ଜେଡ୍ ପ୍ଲସ୍’ ଓ ଏଏସଏଲ ପ୍ରୋଟେକ୍ଟୀ ଲେଭଲର ସୁରକ୍ଷା ଦିଆଯାଇଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ରାବଡୀ ଦେବୀ, ଜୀତନ ରାମଙ୍କୁ ‘ଜେଡ୍ ପ୍ଲସ୍’ ସୁରକ୍ଷା ପ୍ରଦାନ କରାଯାଇଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ସମେତ ୭ଜଣଙ୍କୁ ‘ଜେଡ୍’ ସ୍ତରୀୟ ସୁରକ୍ଷା ଦିଆଯାଇଛି।
ସେହିପରି ବିପକ୍ଷ ଦଳର ନେତା ତେଜସ୍ୱୀ ଯାଦବ ଓ ଲୋକସଭାର ପୂର୍ବତନ ବାଚସ୍ୱତି ମୀରା କୁମାର ‘ୱାଇ ପ୍ଲସ୍’ ଏବଂ ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ସମେତ ୧୬ ଜଣଙ୍କୁ ‘ୱାଇ’ସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି।