ମିଡିଆକୁ ଚକମା ଦେଇ ଏନସିବି ଅଫିସରେ ପହଞ୍ଚିଲେ ଡ୍ରଗ୍ସ ଦିୱାନୀ ଦୀପିକା

ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଅଫିସରେ ଡ୍ରଗ୍ସ ଦିୱାନୀ ଦୀପିକା ପାଦ୍ୟୁକୋନ୍ ପହଞ୍ଚିଛନ୍ତି। ଏନସିବି ପକ୍ଷରୁ ଦୀପିକାଙ୍କୁ ସକାଳ ୧୦ଟା ସମୟରେ ଡକାଯାଇଥିବା ବେଳେ ସେ ୧୫ ମିନିଟ୍ ପୂର୍ବରୁ ପହଞ୍ଚିଥିଲେ। ଦୀପିକାଙ୍କୁ ତାଙ୍କ ଘର ସମ୍ମୁଖରେ ମିଡିଆ ଅପେକ୍ଷା କରିଥିବାବେଳେ ସେ ଘରୁ ନୁହେଁ ବରଂ ହୋଟେଲରୁ ଏନସିବି ଅଫିସ୍ ପହଞ୍ଚିଥିଲେ।

ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ଦୀପିକା ରାତି ସାଢ଼େ ୩ଟାବେଳେ ସ୍ୱାମୀ ରଣବୀର ସିଂଙ୍କ ସହ ଏନସିବି ଅଫିସ୍ ନିକଟସ୍ଥ ତାଜ ହୋଟେଲ ପହଞ୍ଚିଥିଲେ। ସେଠାରେ ସେ ଏକ ଓକିଲ ଦଳ ସହ ଆଲୋଚନା କରି ଆଜି ହୋଟେଲରୁ ସିଧାସଳଖ ଏନସିବି ଅଫିସରେ ପହଞ୍ଚିଥିଲେ। ଏନସିବି ଅଫିସ ପର୍ଯ୍ୟନ୍ତ ଛାଡ଼ିବା ପାଇଁ ସ୍ୱାମୀ ରଣବୀର ଆଉ ଏକ ଗାଡ଼ିରେ ଯାଇଥିଲେ।