ନୂଆଦିଲ୍ଲୀ,ଏଜେନ୍ସି: ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଆଜି ଚଳଚ୍ଚିତ୍ର ଅଭିନେତ୍ରୀ ରାକୁଲ ପ୍ରୀତଙ୍କୁ ପଚରାଉଚୁରା କରିଛି। ଏନସିବିର ପକ୍ଷରୁ ରାକୁଲଙ୍କୁ ୪ ଘଣ୍ଟା କାଳ ପଚରାଉଚୁରା କରିବା ପରେ ଡ୍ରଗ୍ସ ମାମଲାରେ ବଡ଼ ଖୁଲାସା ହୋଇଛି।
ରାକୁଲ ରିୟା ଏବଂ ତାଙ୍କ ମଧ୍ୟରେ ଡ୍ରଗ୍ସ ଲିଙ୍କଥିବା ନେଇ ସ୍ୱିକାର କରିଛନ୍ତି। ରାକୁଲ କହିଛନ୍ତି ଯେ ‘ରିୟା ମୋ ଘରେ ଡ୍ରଗ୍ସ ରଖୁଥିଲେ’। ଏହା ସହିତ ସେ ଅନୁସନ୍ଧାନକାରୀ ସଂସ୍ଥାକୁ କହିଛନ୍ତି ଯେ ‘ମୋ ଘରେ ମିଳିଥିବା ଡ୍ରଗ୍ସ ରିୟାଙ୍କର ଅଟେ’।
ସୂଚନା ମୁତାବକ ୨୭ ଜୁଲାଇ ୨୦୧୯ରେ କରନ ଜୋହରଙ୍କ ଘରେ ଏକ ପାର୍ଟି ହୋଇଥିଲା। ତେବେ ସେହି ପାର୍ଟିରେ ଡ୍ରଗ୍ସ ବ୍ୟବହାର ହୋଇଥିବା ଏନସିବିକୁ ସୂଚନା ମିଳିଛି। ଏନେଇ କରନ ଜୋହରଙ୍କୁ ଏନସିବି ପକ୍ଷରୁ ସମନ ଜାରି ହେବ ବୋଲି କୁହାଯାଉଛି। ଏହି ପାର୍ଟିରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଏନସିବି ରାଡାରକୁ ଆସିପାରିବେ।