ନାବାଳିକାକୁ ଅସଦାଚରଣ କରି ଯୁବକ ଗିରଫ

ପାଟଣା,ଏନ୍ଏନ୍ଏସ୍: ନାବାଳିକାକୁ ଅସଦାଚରଣ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଙ୍ଗଳପୁର ଗ୍ରାମର ସୁଜିତ ରାଉତ(୩୮)କୁ ଶୁକ୍ରରବାର ପାଟଣା ପୁଲିସ ଗିିରଫ କରି କୋର୍ଟ ଚାଲାଣ କରିିିଛି। ସୂଚନା ଅନୁଯାୟୀ ୩ ମାସ ତଳେ ସୁଜିତ ମଙ୍ଗଳପୁର ଛକରେ ଜଣେ ୧୬ ବର୍ଷର ନାବାଳିକାଙ୍କୁ ଟଣା ଓଟରା କରିବା ସହ ତାଙ୍କ ସହ ଅସଦାଚରଣ କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ତରଫରୁ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ପରେ ପାଟଣା ଥାନା ପୁଲିସ ୧୧୨/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଆଜି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆଇପିସି ୩୫୪, ପକ୍ସୋ ଆକ୍ଟ ଓ ୩ ଏସଟିଏସି ଧାରାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ସୁଜିତଙ୍କ ନାମରେ ପାଟଣା ଥାନାରେ ପୂର୍ବରୁ ଅନେକ ମାମଲା ଥିବା ଥାନା ଅଧିକାରୀ ସୋମନାଥ ଜେନା କହିଛନ୍ତି।