ବିଜେପିର ସେବା ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ

ରାୟଗଡ଼ା,ଗୁଣପୁର: ଏନ୍ଏନ୍ଏସ୍: ରାୟଗଡାଜିଲ୍ଲା ଗୁଣପୁର ବିଜେପି ତରଫରୁ ସେବା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ସ୍ଥାନୀୟ ବିକ୍ରମପୁରଠାରୁ ନୂଆଗାଁ କୋତୁରୁ ପର୍ଯନ୍ତ ରାସ୍ତାକଡରେ ବିଭିନ୍ନ ପ୍ରକାର୧୫୦ଟି ବୃକ୍ଷରୋପଣ କରାଯାଇଛି। ସେହିପରି ସନ୍ଧ୍ୟାରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତରୋଗୀଙ୍କୁ ଫଳ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା। ବିଜେପିର ଜିଲ୍ଲା ପ୍ରତିନିଧି ୱାଇ.ଗଣାପତିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ପୃଥୀରାଜ ପାଢ଼ୀ, ଜଗନ୍ନାଥପୁର ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦେବ ପାତ୍ର , ଶ୍ରୀନୁବାସ ସ୍ୱାଇଁ, ଫାଲଗୁନି ଶବର, ମୁଖୀ ଦିବାକର, ଟିଙ୍କୁ ପଣ୍ଡା, ରମେଶ ଚନ୍ଦ୍ର ସାହୁ, ଏସ୍ ଭାରତ, ଏସ୍ ଚରଣ, ଏ ଭେଙ୍କଟେସୁ, ଏମ୍ ମଣିକଣ୍ଠ, ଏସ୍ କିରଣ ,ଏସ୍ ବିନୀତ, ସୁବ୍ରତ ପଣ୍ଡା ଏବଂ ସତ୍ୟସୁନ୍ଦର କର ପ୍ରମୁଖ ଉପସ୍ଥିତ ଥିଲେ।