ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତସ୍ଥିତ କେନ୍ଦେଇପଶି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଓଡିଶା ମୋ ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋଟ ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ , ବିଜେଡି ନେତା କାନନବିହାରୀ ପୋହି ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ବିଜେଡି ଯୁବନେତା ମିତ୍ରଭାନୁ ମହାନ୍ତ, କଣ୍ଟିଆପଡା ସରପଞ୍ଚ ଚକ୍ରଧର ନାଏକ, ଚାଖୁଣ୍ଡାପାଳ ସରପଞ୍ଚ କଇଁତା ନାଏକ, ସମିତିସଭ୍ୟ ନାରଙ୍ଗ ନାଏକ, ଜିଲ୍ଲାପରିଷଦ ସଦସ୍ୟା ସୁରୁମାଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଡା.ସରସ୍ୱତୀ ମହାନ୍ତି, ବ୍ଲଡ଼ବ୍ୟାଙ୍କ ପକ୍ଷରୁ ଅକ୍ଷୟ ସାହୁ, ଟେକ୍ନିସିଆନ୍ ଗୌରୀଶଙ୍କର ମଲ୍ଲିକ ଓ ଶଙ୍କର୍ଷଣ ନାଏକ ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳର କରୋନା ଯୋଦ୍ଧା, ପାଲା ଗାୟକ, ସାହିତ୍ୟିକ ଏବଂ ବୁଦ୍ଧିଜୀବୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା।