ଜିଲ୍ଲା ବିଜେପି ପକ୍ଷରୁ ମୋଦୀଙ୍କ ୭୦ତମ ଜନ୍ମଦିନ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ପାଳନ କରାଯାଇଛି। ଜିଲ୍ଲା ବିଜେପିର ସଦସ୍ୟମାନେ ବୃନ୍ଦାମାଲସ୍ଥିତ ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ ଦିବ୍ୟାଙ୍ଗ ଶିଶୁଙ୍କ ଗହଣରେ କେକ କାଟିବା ସହ ସେମାନଙ୍କୁ ଫଳ, ମାସ୍କ, ସାବୁନ, କଲର ପେନ, ପେନସିଲ୍ କିଟ୍, ବଲ ଆଦି ପ୍ରଦାନ କରିଛନ୍ତି। ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହାନ ଜନନାୟକ ସହ ଶିଶୁ ବତ୍ସଳ ବ୍ୟକ୍ତି ମଧ୍ୟ। ତେଣୁ ତାଙ୍କ ଜନ୍ମଦିନକୁ ଏହି ଶିଶୁଙ୍କ ଜରିଆରେ ସ୍ୱତନ୍ତ୍ର ଭାବରେ ଜିଲ୍ଲା ବିଜେପି ପକ୍ଷରୁ ପାଳନ କରାଯାଇଛି। ଏହି ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିଶ୍ୱଜିତ ଷଡ଼ଙ୍ଗୀ, ଝାରସୁଗୁଡ଼ା ଟାଉନ ସଭାପତି ନେତାଜୀ ପଟ୍ଟନାୟକ, ପୁରୁଷୋତ୍ତମ ଥିରାନୀ, କିଷ୍ଣା ମୁରାରୀ ସିଂ, ରବି ସାହା, ଶ୍ଲୋକ ସରନ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ବେଲପାହାଡ଼ ମଣ୍ଡଳ ବିଜେପି ପକ୍ଷରୁ ମୋଦୀଙ୍କ ଜନ୍ମଦିନ ଅବସରରେ ଅଟଳ ଛକଠାରୁ ମହିମା ଛକ ପର୍ଯ୍ୟନ୍ତ ୧୪୦ଟି ବୃକ୍ଷ ରୋପଣ କରାଯାଇଛି। ଏହାସହ ଠକ୍କର ବାବା ଆଶ୍ରମ ବିଦ୍ୟାଳୟରେ କେକ୍, ଫଳ ଆଦି ବଣ୍ଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିକାଶ ଅଗ୍ରୱାଲ, ତପନକାନ୍ତି ଜେନା, ପ୍ରମୋଦ ସେନାପତି, ପ୍ରଚଣ୍ଡ ଜସୱାଲ, ମିଲନ ପଲ ପ୍ରମୁଖଙ୍କ ସହ ବେଲପାହାଡ଼ ମଣ୍ଡଳ ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ।