ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣି ୧୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୦୦୮କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଚଂଳରୁ ୫୨ଜଣ, ବରଗଡ଼ ବ୍ଲକରୁ ୧୫ଜଣ, ଅତାବିରା ବ୍ଲକରୁ ୧୧ଜଣ, ସୋହେଲା ବ୍ଲକରୁ ୫ଜଣ, ପଦ୍ମପୁର ଏନଏସିରୁ ୪ଜଣ, ବରପାଲି ବ୍ଲକ, ପଦ୍ମପୁର ବ୍ଲକ, ବରପାଲି ଏନଏଏସି, ଅତାବିରା ଏନଏଏସି ଓ ଅମ୍ବାଭୋନା ବ୍ଲକରୁ ୨ଜଣ ଲେଖାଏଁ, ଗାଇସିଲେଟ ବ୍ଲକରୁ ଜଣେ ରହିଛନ୍ତି।
ସୂଚନାଯୋଗ୍ୟ, ଆଜିର ୧୦୦ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୦୮ ହୋଇଥିବାବେଳେ ୩,୭୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ୧୨୭୧ ଜଣ ଚିକିତ୍ସିତ ହେଉଛନ୍ତି ଓ ୯ ଜଣଙ୍କର ମୃତ୍ୟୁ ଘଟିଛି।