ଭୁବନେଶ୍ୱରରୁ ପୁଣି ୪୮୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୪୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୯୫ରେ ପହଞ୍ଚିଛି। ଏଥିମଧ୍ୟରୁ ୮୨୨୧ ସୁସ୍ଥ ହୋଇଥିବବେଳେ ୪୮ଜଣଙ୍କର ମୃତ୍ୟୁ ହୋଇଛି। ୫୦୧୪ଟି କେସ ଆକ୍ଟିଭ ରହିଛି।

ଆଜି ଆକ୍ରନ୍ତଙ୍କ ମଧ୍ୟରେ ୨୦୫ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨୭୮ଜଣ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୩୫୪ଜଣ ସୁସ୍ଥ ହୋଇଛନ୍ତି।