ଝାରସୁଗୁଡା,ଏନ୍ଏନ୍ଏସ୍: ବରଗଡ ସାଂସଦ ସୁରେଶ ପୂଜାରୀ କରୋନା କବଳରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାପଡିଛି। ଶ୍ରୀ ପୂଜାରୀ ଆଜି ତାଙ୍କ ଅଫିସିଆଲ, ଟୁଇଟର ଏବଂ ଫେସବୁକ ପେଜରେ ସୁସ୍ଥ ହୋଇଥିବା ବିଷୟରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ପ୍ରାୟ ୩ ସପ୍ତାହରୁ ଅଧିକ ସମୟ ଶୃଙ୍ଖଳିତ ସଙ୍ଗରୋଧ ପରେ ସେ ସୁସ୍ଥ ହୋଇ ଆଜି କାମକୁ ଫେରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କୌଣସି ଲକ୍ଷଣ ନଥାଇ ଗତ ୭ ତାରିଖ ଶ୍ରୀ ପୂଜାରୀ ନିଜର କୋଭିଡ ପରୀକ୍ଷା କରାଇଥିଲେ। ୮ ତାରିଖ ବରଗଡ ଜିଲ୍ଲାପଳ ତାଙ୍କର ପଜିଟିଭ ରିପୋର୍ଟ ଆସିଥିବା ନେଇ ସୂଚନା ଦେଲାପରେ ସେ ସଙ୍ଗୋରୋଧରେ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେଇଥିଲେ।