ଖୋର୍ଦ୍ଧା,ଏନ୍ଏନ୍ଏସ୍: ଶିଳ୍ପାଞ୍ଚଳ ଫାଣ୍ଡି ଗୋଶାଳା ପଡ଼ିଆରେ ଥିବା ଏକ ପରିତ୍ୟକ୍ତ ଘରୁ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ହତ୍ୟା ପରେ ଅଧା ପୋଡ଼ା ଅବସ୍ଥାରେ ଛାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ମୃତ ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନଥିବାବେଳେ ତାଙ୍କ ବୟସ ୨୩ରୁ ୨୫ ହୋଇଥିବ ବୋଲି ପୁଲିସ ଅନୁମାନ କରୁଛି। ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।