ଗଜପତିରେ ସପ୍ତାହକୁ ୪ଦିନ ସଟଡାଉନ୍, ୩ଦିନ ଲକଡାଉନ୍

ବ୍ରହ୍ମପୁର, ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହକୁ ୪ଦିନ ଗଜପତି ସଟଡାଉନ ରହିବ। ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସଟଡାଉନ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବ ନିର୍ଦ୍ଦେଶ ମୁତାବକ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଲକଡାଉନ ନିୟମ ଜାରି ରହିବ। ଏହି ସମୟରେ ସମସ୍ତ ବ୍ଲକ ମୁଖ୍ୟାଳୟ ୪ଦିନ ପାଇଁ ସଟଡାଉନ ରହିବା ସହ ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର ଏନଏସି ମଧ୍ୟ ବନ୍ଦ ରହିବ। ଜିଲ୍ଲାର ୩ଟି ବ୍ଲକର ୪ଟି ପଞ୍ଚାୟତରେ ମଧ୍ୟ କଟକଣା ବଳବତ୍ତର ରହିବ। ଏନେଇ ସମସ୍ତ ବ୍ଲକ, ପୌରାଞ୍ଚଳ ଓ ଏନଏସି କର୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।