ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନା ଯୋଗୁ ୭ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଜଣେ ୫ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଫଳରେ ରଜ୍ୟରେ କରୋନା ଯୋଗୁ ପ୍ରଥମ ଶିଶୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୧୫୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପ୍ରାଣ ହରାଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୩୯, ୫୫ ଓ ୫୬ ବର୍ଷୀୟ ୩ଜଣ ପୁରୁଷ ରହିଛନ୍ତି। ସେହିପରି ରାୟଗଡ଼ାରୁ ଜଣେ ୩୧ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୭୨ ବର୍ଷୀୟ ବୃଦ୍ଧ ରହିଥିବା ଜଣାପଡ଼ିଛି। ବୃଦ୍ଧ ଜଣକ କୋରନା ବ୍ୟତୀତ ମଧୁମେହରେ ପୀଡ଼ିତ ଥିଲେ। କଟକରୁ ଜଣେ ୪୫ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ଶ୍ୱାସ ଓ ମଧୁମେହରେ ଆକ୍ରାନ୍ତ ଥିଲେ। ସବୁଠୁ ଦୁଃଖଦାୟକ କଥାଟି ହେଲା, ଭୁବନେଶ୍ୱରର ଜଣେ ୫ ବର୍ଷୀୟ ଶିଶୁପୁତ୍ର ମଧ୍ୟ କରୋନରେ ଆଖି ବୁଜି ଦେଇଛନ୍ତି।