ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଝାରସୁଗୁଡା ଜିଲ୍ଲାଗସ୍ତ କରି ସର୍କିଟ ହାଉସରେ ଅନୁଷ୍ଠିତ ଏକ ବୈଠକ ଯୋଗଦେଇଥିଲେ। ଏଠାରେ ସେ ଥେରାପି ବିଷୟରେ ଆଲୋଚନା କରିବା ସହ ପ୍ଲାଜମା ଦାନ କରିବାପାଇଁ ଅନୁରୋଧ କରିଥିଲେ। ଝାରସୁଗୁଡା ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ବ୍ରଜରାଜନଗରରୁ ୭ ଜଣ ଏବଂ ଝାରସୁଗୁଡାରୁ ୬ ଜଣ ପ୍ଲାଜମା ଦାନ କରିବାକୁ ଇଚ୍ଛୁକ ଥିବା ସେ ସୂଚନା ଦେଇଛନ୍ତି। ସେହିପରି ଆଗାମୀ ଦିନରେ କିଭଳି ଆହୁରି ଅଧିକରୁ ଅଧିକ ଲୋକେ ପ୍ଲାଜମା ଦାନ କରିବେ ସେନେଇ ଲୋକଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ ।
ଏହି ବୈଠକରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସିଡିଏମ୍ଓ ଜଗଦିଶ ଚନ୍ଦ୍ର ବାରିକ ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।