କପୁଣ୍ଡି ପଞ୍ଚାୟତ ୩ ଦିନ ସଟଡାଉନ୍

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ବଡ଼ବିଲ ଟିଏମସିରୁ କପୁଣ୍ଡି ପଞ୍ଚାୟତର ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସଂକ୍ରମଣ ଆଶଙ୍କା ଥିବାରୁ ସରପଞ୍ଚ ବିଜୟ ପାଇଦା ପଞ୍ଚାୟତର ୫ ଟି ଗ୍ରାମକୁ ୩ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି।