ଜୟପୁର,ଏଜେନ୍ସି: ସଚିନ ପାଇଲଟ ଓ ତାଙ୍କ ୧୮ ସହଯୋଗୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିପାରିବେ ନାହିିଁ ବୋଲି ଆଜି ରାଜସ୍ଥାନ ହାଇକୋର୍ଟ ପକ୍ଷରୁ ରାୟ ଶୁଣାଣି ହୋଇଛି। ଫଳରେ ସଚିନ ପାଇଲଟଙ୍କ ଟିମକୁ ଆଶ୍ୱସ୍ତି ମିଳିଛି। ଆଜି କୋର୍ଟରେ ପାଇଲଟଙ୍କ ଟିମ ବିରୋଧରେ ଦଳ ବଦଳ ଆଇନ ଜରିଆରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଉଥିବା ବେଳେ ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷଭୁକ୍ତ ହେବା ଦରକାର ବୋଲି ସଚିନଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। କୋର୍ଟ ମଧ୍ୟ ଏହାକୁ ଗ୍ରହଣ କରି କେନ୍ଦ୍ରକୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି। ତେବେ ପରବର୍ତ୍ତୀ ଶୁଣାଣି ବେଳେ କେନ୍ଦ୍ର ସରକାର ନିଜ ଯୁକ୍ତି ଉପସ୍ଥାପନ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସୋମବାର ସୁପ୍ରିମକୋର୍ଟରେ ରାଜସ୍ଥାନ ସଙ୍କଟର ପରବର୍ତ୍ତୀ ଶୁଣାଣି ହେବ।