ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାର ୫ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ବନ୍ଦ ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବିଧାନସଭା ବନ୍ଦ ରହିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆସନ୍ତା ମାସ ପହିଲାରୁ ୩ଦିନ ସରକାରୀ ଛୁଟି ଥିବାରୁ ବିଧାନସଭା ୪ ତାରିଖରେ ଖୋଲିବ। ଉକ୍ତ ସମୟରେ ବିଧାନସଭାକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯିବ। ପଜିଟିଭ ଆସିଥିବା କର୍ମଚାରୀ ହୋମ ଆଇସୋଲେସନରେ ରହିଛନ୍ତି। ଏଥିସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କର ମଧ୍ୟ ସ୍ୱାବ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କିଛିଦିନ ତଳେ ଏକ ମିଟିଂ ହୋଇଥିଲା। ପରେ ସେହି ମିଟିଂରେ ଉପସ୍ଥିତ ଥିବା ନିଳଗିରି ବିଧାୟକ କରୋନାରେ ସଂକ୍ରମିତ ହୋଇଥିଲେ। ବିଧାୟକ ପିଜିଟିଭ ଆସିବା ପରେ ସବୁ କର୍ମଚାରୀଙ୍କୁ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୩ ଦିନ ତଳେ ସେମାନେ ଟେଷ୍ଟ କରାଇଥିଲେ। ସେଥିମଧ୍ୟରୁ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।