ଆଜି ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବିଚାରା’

ନୂଆଦିଲ୍ଲୀ: ବଲିଉଡ଼ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ ଦିଲ ବିଚାରା’ ଆଜି ରିଲିଜ ହେବ। ଓଟିଟି ପ୍ଲାଟଫର୍ମ ଡିଜନି + ହଟଷ୍ଟାରରେ ଆଜି ରାତି ୭ଟା ୩୦ ମିନିଟ୍ରେ ଫିଲ୍ମଟି ସମସ୍ତେ ଦେଖିପାରିବେ। ହଟଷ୍ଟାର ସିନେପ୍ରେମୀଙ୍କ ଭାବନାକୁ ଦୃଷ୍ଟିରେ ରଖି ଫିଲ୍ମଟିକୁ ଫ୍ରି କରିଦେଇଛି। ଯଦ୍ୱାରା ହଟଷ୍ଟାର ପ୍ରିମିୟମ ମେମ୍ବର ନଥିଲେ ବି ଦର୍ଶକ ଫିଲ୍ମଟିକୁ ବିନା ଶୁଳ୍କରେ ଦେଖିପାରିବେ।

ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦିଲ ବିଚାରା’ରେ ସୁଶାନ୍ତଙ୍କ ବିପକ୍ଷରେ ସଞ୍ଜନା ସାଂଘୀ ନଜର ଆସିବେ। ସଞ୍ଜନା ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରୁଥିବାବେଳେ ମୁକେଶ ମଧ୍ୟ ନିର୍ଦ୍ଦେଶକ ଭାବେ ନିଜ କ୍ୟାରିୟର ଆରମ୍ଭ କରୁଛନ୍ତି। ଅନେକ ଦିନରୁ ଅଟକି ରହିଥିବା ‘ ଦିଲ ବିଚାରା’ ଫିଲ୍ମଟି ଚଳିତ ବର୍ଷ ସିନେମା ହଲରେ ରିଲିଜ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହାକୁ ରୋକି ଦିଆଯାଇଥିଲା। ଜୁଲାଇ ୬ ତାରିଖରେ ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ରିଲିଜ ହୋଇଥିଲା। ଏହାକୁ ଦର୍ଶକ ଏତେ ମାତ୍ରାରେ ଦେଖିଥିଲେ ଯେ ସୁଶାନ୍ତଙ୍କ ଏବେ ପର୍ଯ୍ୟନ୍ତ ରିଲିଜ ହୋଇଥିବା ସବୁ ଫିଲ୍ମ ମଧ୍ୟରୁ ସବୁଠୁ ଅଧିକ ଥର ଦେଖାଯାଇଥିବା ଟ୍ରେଲର ସାବ୍ୟସ୍ତ ହୋଇଥିଲା।

ସୂଚନାଯୋଗ୍ୟ,‘ଦିଲ ବିଚାରା’ ଫିଲ୍ମଟି ୨୦୧୨ରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ‘ଦି ଫଲ୍ଟ ଇନ୍ ଅବର ଷ୍ଟାର’ର ହିନ୍ଦୀ ରିମେକ୍।