ନୂଆଦିଲ୍ଲୀ: ତାମିଲନାଡ଼ୁ ରାଜଭବନରେ ୮୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁରକ୍ଷାକର୍ମୀ ଓ ଅଗ୍ନିଶମ କର୍ମଚାରୀ ସାମିଲ ଅଛନ୍ତି। କୌଣସି ଆକ୍ରାନ୍ତ ରାଜ୍ୟପାଳ କିମ୍ବା ବରିଷ୍ଠ ଅଧିକାରୀଙ୍କ ସଂସ୍ପର୍ଶରେ ଆସିନଥିବା ରାଜଭବନ ତରଫରୁ ବୟାନ ଜାରି କରି କୁହାଯାଇଛି। ପରେ ସମ୍ପୂର୍ଣ୍ଣ ରାଜଭବନକୁ ସାନିଟାଇଜ କରାଯିବା ସହ ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନକୁ ପଠାଇ ଦିଆଯାଇଛି।