କଳାହାଣ୍ଡି ଜିଲ୍ଲାରୁ ଆଜି ୭ କରୋନା ପଜିଟିଭ ଚିହ୍ନଟ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାରେ ଆଜି ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣ ଗଞ୍ଜାମ ଫେରନ୍ତା ହୋଇଥିବାବେଳେ ଜଣେ ରାଉରକେଲା ଓ ଅନ୍ୟ ଜଣେ ଛତିଶଗଡ଼ ରାଜ୍ୟ ଫେରନ୍ତା ବୋଲି ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଭବାନୀପାଟଣା ସହରର ହୋଇଥିବାରୁ ସହରର ପୁରୁଣାପଡ଼ା ୱାର୍ଡ- ୧୪, ୧୫ ଓ ଶକ୍ତିନାଗର ପଡା ୱାର୍ଡ-୪ କୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

ଅନ୍ୟପଟେ ଜୟପାଟଣା ବ୍ଲକରୁ ଅନ୍ୟ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ମଧ୍ୟ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ତେବେ ସମସ୍ତ ଆକ୍ରାନ୍ତଙ୍କୁ ଭବାନୀପାଟଣା କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯ରେ ପହଞ୍ଚିଛି। ସେଥିରୁ ୮୩ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ବର୍ତ୍ତମାନ ୨୬ ଜଣ ସକ୍ରିୟ ରହିଛନ୍ତି।