ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାଇନ୍ସ ଏୟାର ଆସନ୍ତା ୨୪ ତାରିଖରୁ କଲିକତା, ଭୁବନେଶ୍ୱର ଓ ରାୟପୁରକୁ ପ୍ରତିଦିନ ଉଡ଼ାଣ ଭରିବ। ଏଥିପାଇଁ ଏଲାଇନ୍ସ ଏୟାର ପକ୍ଷରୁ ଜୁଲାଇ୨୪ରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତର ସମୟସାରିଣୀ ପ୍ରସ୍ତୁତ କରାଯାଇଛି। ନୂତନ ସମୟସାରିଣୀ ଅନୁସାରେ, ଏଲାଇନ୍ସ ଏୟାର ବିମାନ କୋଲକାତାରୁ ସକାଳ ୬ଟା ୪୫ ମିନିଟରେ ଉଡ଼ାଣ ଭରି ଝାରସୁଗୁଡ଼ାକୁ ୮ଟା ୫ରେ ପହଞ୍ଚିବ। ସେହିପରି ଝାରସୁଗୁଡ଼ାରୁ ୮ଟା ୩୫ରେ ଉଡ଼ାଣ ଭରି ୯ଟା ୫୦ରେ ଭୁବନେଶ୍ୱର ପହଞ୍ଚିବ। ଆଉ ଭୁବନେଶ୍ୱରରୁ ସକାଳ ୧୦ଟା ୨୦ରେ ଉଡ଼ାଣ ଭରି ୧୧ଟା୧୦ରେ ଝାରସୁଗୁଡ଼ା ପହଞ୍ଚିବ ଏବଂ ଝାରସୁଗୁଡ଼ାରୁ ୧୧ଟା ୩୫ରେ ଉଡ଼ାଣ ଭରି ରାୟପୁରକୁ ଅପରାହ୍ଣ ୧୨ଟା ୨୫ରେ ପହଞ୍ଚିବ। ସେହିପରି ରାୟପୁରରୁ ଅପରାହ୍ଣ ୧୨ଟା ୫୦ରେ ଉଡ଼ାଣ ଭରି ଝାରସୁଗୁଡ଼ାକୁ ୧ଟା ୪୫ରେ ପହଞ୍ଚିବ ଏବଂ ଝାରସୁଗୁଡ଼ାରୁ ଅପରାହ୍ଣ ୨ଟା ୧୦ରେ ଉଡ଼ାଣ ଭରି ୩ଟା ୩୫ରେ କୋଲକାତା ପହଞ୍ଚିବ।