୫ ଗିରଫ, ଚୋରି ସାମଗ୍ରୀ ଜବତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବଡ଼ମାଲ ପୁଲିସ ଆଜି ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡମାଲ ଅଞ୍ଚଳର ଚନ୍ଦନ ମରେଇ, ନିରଞ୍ଜନ ମିର୍ଦ୍ଧା, ମିଥୁନ ଜାମଡୁଲିଆ, ଅନ୍ତରାମ ବୁଦଲା ଏବଂ ମୁରଲି ବୁଡା ବୋଲି ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଏଗ୍ରିକଲଚର ଅଫିସ ନିକଟରେ ଥିବା ଗଣେଶ ସାହୁଙ୍କ ଭଡାଘରୁ ଚୋରମାନେ ଗ୍ୟାସ ସୁଲିଣ୍ଡର, ପଙ୍ଖା, ସାଇକେଲ, ଚେୟାର ଆଦି ଚୋରି କରିଥିବା ସେ ଗତକାଲି ଅଭିଯୋଗ କରିଥିଲେ। ଏହାପରେ ପୁଲିସ ମାମଲା ରୁଜୁ କରିବାସହ ତଦନ୍ତ ଆରମ୍ଭ କରି ଆଜି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।