ଅକ୍ସଫୋର୍ଡରେ କରୋନା ଟିକା ପରୀକ୍ଷଣ ପ୍ରାଥମିକ ସ୍ତରରେ ସଫଳ

ଲଣ୍ଡନ,ଏଜେନ୍ସି: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରାଯାଇଥିବା କରୋନା ଭାଇରସ ଟିକା ଯାହାଙ୍କ ଶରୀରରେ ପ୍ରୟୋଗ କରାଯାଇଥିଲା ବର୍ତ୍ତମାନ ସେ ସୁସ୍ଥ ଥିବା ସୂଚନା ମିଳିଛି। ଏହାପୂର୍ବରୁ ବ୍ରିଟେନ୍, ବ୍ରାଜିଲ୍ ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ କୋଭିଡ୍-୧୯ ଟିକାର ପରୀକ୍ଷଣ ଏକ ଉନ୍ନତ ସ୍ତରରେ ରହିଛି। ଅକ୍ସଫୋର୍ଡ ପରୀକ୍ଷଣରେ ବ୍ୟବହାର କରାଯାଇଥିବା ଭାକ୍ସିନ୍କୁ ୟୁକେ ସରକାର ଏବଂ ଆସ୍ତ୍ରାଜେନେକା ମେଜର ବାୟୋଫାର୍ମା ପକ୍ଷରୁ ଅଧିକ ପରିମାଣରେ ଉତ୍ପାଦନ କରିବାକୁ ଚେଷ୍ଟା କରାଯାଉଛି। ଯାହାଦ୍ୱାରା ଟିକା ପରୀକ୍ଷଣ ସଫଳ ହେଲେ ଅଧିକ ସଂଖ୍ୟକ ଭାକ୍ସିନ୍ ଯୋଗାଯାଇହେବ। ଏହି ପରୀକ୍ଷଣରେ ସହଯୋଗ କରାଯାଇଥିଲା। ଦି ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଭାକସିନ ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରରେ ଭାଗୀଦାରୀ ରହିଛି। ମାଗାଜିନ୍ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଚୀନରେ ମଧ୍ୟ ଏକ କରୋନା ଟିକା ପରୀକ୍ଷଣ ଦୁଇଟି ପର୍ଯ୍ୟାୟ ପର୍ଯ୍ୟନ୍ତ ସଫଳ ହୋଇଛି।