ଜିଲ୍ଲାରୁ ୧ ନୂଆ ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା ୪୬୯କୁ ବୃଦ୍ଧି

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ପଜିଟିଭ ସଂଖ୍ୟାରେ ବ୍ରେକ ଲାଗିଛି। ଆଜି ଜିଲ୍ଲାରୁ ଜଣେ ମାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ବେତନଟୀ ବ୍ଲକ ଅଞ୍ଚଳରୁ ଜଣେ ଭୂବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୪୬୯ରେ ପହଞ୍ଚିଛି। ସେହିପରି ଜିଲ୍ଲାରେ ଆଜି ୧୫ ଜଣ ସୁସ୍ଥହୋଇ ଫେରିଛନ୍ତି।