ଗୁଆହାଟୀ,ଏଜେନ୍ସି: ଆସାମରେ ବନ୍ୟା ଯୋଗୁଁ ଆଉ ୬ଜଣଙ୍କର ମୃତ୍ୟୁ ହେବାସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୧୦ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୩ଟି ଜିଲ୍ଲା ମଧ୍ୟରୁ ୨୮ଟି ରାଜ୍ୟର ୭୦ଲକ୍ଷରୁ ଅଧିକ ଲୋକ ବନ୍ୟା ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ ସୋମବାର ସୂଚନା ଦେଇଛନ୍ତି। ଏଏସଡିଏମଏ ରିପୋର୍ଟ ଅନୁସାରେ ରାଜ୍ୟର ୨୫ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ବନ୍ୟା ଏବଂ ଭୂ-ସ୍ଖଳନ କାରଣରୁ ୧୧୦ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ୨ହଜାର ୪୦୦ରୁ ଅଧିକ ଗ୍ରାମ ବନ୍ୟାଜଳ ଘେରରେ ରହିଥିବା ବେଳେ ୧ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ମାଡ଼ିଯାଇଛି।