ବି.ସିଂହପୁର ଥାନାରେ ନୂତନ ଓଆଇସି

ଜୟପୁର,ଏନ୍ଏନ୍ଏସ୍ : ବୋରିଗୁମ୍ମା ବ୍ଲକ୍ ବିସିଂହପୁର ଥାନାରେ ସବ ଇନ୍ସପେକ୍ଟର ଦାମୋଦର ବିହାରୀ ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ଏଠାରେ କାର୍ଯ୍ୟରତ ସୁଦର୍ଶନ ନାୟକଙ୍କ ବଦଳି ପରେ ଶ୍ରୀ ବିହାରୀଙ୍କୁ ନିଯୁକ୍ତି ଦିଆଯାଇଛି।  ଅଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ମହାମାରୀ କରୋନା ମୁକାବିଲାରେ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ସେ ଗୁରୁତ୍ୱଦେବେ ବୋଲି କହିଛନ୍ତି।