ଜିଲ୍ଲାରେ ଆଜି ୪୫ କରୋନା ସଂକ୍ରମିତ ଚିହ୍ନଟ, ଜଣେ ଆମେରିକା ଫେରନ୍ତା

କୋରାପୁଟ, ଏନ୍ଏନ୍ଏସ୍ : ରବିବାର କୋରାପୁଟ ଜିଲ୍ଲାରେ ୧୩ ମହିଳାଙ୍କ ସମେତ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୭ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଥିବାବେଳେ ୨୭ଜଣ ହୋମ କ୍ୱାରେଣ୍ଟାଇନ ଓ ୧୪ଜଣ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଆମେରିକା ଫେରନ୍ତା ବୋଲି ଟ୍ରାଭେଲ୍ ହିଷ୍ଟ୍ରିରୁ ଜଣାପଡିଛି।