ଜୁଲାଇ ୩୧ ପର୍ଯ୍ୟନ୍ତ ଭଦ୍ରକ ପୌରାଞ୍ଚଳ ଓ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଲକଡ଼ାଉନ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ପୌରାଞ୍ଚଳ ଏବଂ ଧାମନଗର ଏନଏସି ଅଞ୍ଚଳରେ ଅଧିକ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଏହି ଦୁଇ ଅଞ୍ଚଳ ସମେତ ଭଦ୍ରକ ବ୍ଲକର ଗେଲପୁର ଓ ସାମରାଇପୁର ଅଞ୍ଚଳକୁ ଲକଡାଉନ ଘୋଷଣା କରିଛନ୍ତି। ଏହା ଆସନ୍ତା କାଲିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହି ଲକଡାଉନ ସମୟରେ ସକାଳ ୫ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ଅନ୍ୟସମୟରେ ପୂର୍ବପରି କର୍ଫ୍ୟୁ ବଳବତ୍ତର ରହିବ। କର୍ଫ୍ୟୁ ସମୟରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ। ଏହା ବ୍ୟତୀତ ସପ୍ତାହାନ୍ତ ସଟଡାଉନ କଟକଣା ପୂର୍ବ ଭଳି ଜାରି ରହିବ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୨୯୬ ଜଣ। ସେହିପରି ଆକ୍ଟିଭ ଅଛନ୍ତି ୨୬ ଜଣ।