ବର୍ଷା ଜଳରେ ଉବୁଟୁବୁ ଦିଲ୍ଲୀ ସହର, ଜଣେ ମୃତ

ଦିଲ୍ଲୀ,ଏଜେନ୍ସି: ଗତକାଲି ରାତିରୁ ଦିଲ୍ଲୀରେ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି। ଏନେଇ ଦିଲ୍ଲୀ ମହାନଗରୀରେ ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବର୍ଷା ପାଣିରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ ରେଳ ଷ୍ଟେସନ ନିକଟ ମିଣ୍ଟୋ ବ୍ରିଜ ମୁଖ୍ୟ ରାସ୍ତା ଅଞ୍ଚଳରେ ୭ରୁ ୮ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି। ଏଥିରେ ବହୁ ଯାନବାହନ ବୁଡି ଯିବା ସହ ପ୍ରଭାବିତ ହୋଇଛି। ତେବେ ମିଣ୍ଟୋ ବ୍ରିଜ ତଳ ଦେଇ ଏକ ବସ୍ ପାର ହେବାକୁ ଚେଷ୍ଟା କରୁଥିବା ବେଳେ ବସଟି ବ୍ରିଜ ତଳେ ଫସି ଯାଇଥିଲା। ଏଥିରେ ଡ୍ରାଇଭର ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଓଭର ହେଡ ସିଡ଼ି ମାଧ୍ୟମରେ ବସରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଊଦ୍ଧାର କରାଯାଇଛି। ଅନ୍ୟପଟେ ଆନ୍ନା ନଗର ଅଞ୍ଚଳରେ ପାଣି ଶୁଅରେ ଏକ ଘର ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖାଯାଇଛି।