ଭାରତୀୟ ଫାର୍ମା ଇଣ୍ଡଷ୍ଟ୍ରୀ ସାରା ବିଶ୍ୱ ପାଇଁ କୋଭିଡ୍ ଟୀକା ଉତ୍ପାଦନ କରିପାରିବ : ବିଲ୍ ଗେଟ୍ସ

ନୂଆଦିଲ୍ଲୀ,ଏଜେନ୍ସି : ଭାରତର ଔଷଧ କମ୍ପାନୀଗୁଡିକ କେବଳ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ କୋଭିଡ୍-୧୯ ଟୀକା ଉତ୍ପାଦନ କରିପାରିବ ବୋଲି କହିଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ।  ବିଲଗେଟ୍ସ ଡିସକଭରି ପ୍ଲସରେ ପ୍ରସାରଣ ପାଇଁ ଉଦ୍ଦିଷ୍ଟ ଏକ ଡକ୍ୟୁମେଣ୍ଟାରୀ ‘କୋଭିଡ୍-୧୯: ଇଣ୍ଡିଆଜ ୱାର ଏଗେନେଷ୍ଟ ଦ ଭାଇରସ୍’ ରେ ବିଲ୍ ଗେଟ୍ସ ଏଭଳି ମତ ରଖିଥିବା ଜଣାପଡିଛି। ସେ କହିଛନ୍ତି ଯେ, ଉଭୟ ଆୟତ୍ତନ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଭାରତ କରୋନା ସଂକ୍ରମଣ କ୍ଷେତ୍ରରେ ବଡ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଭାରତର ଫାର୍ମା ଇଣ୍ଡଷ୍ଟ୍ରିର ଉତ୍ପାଦନ ଶକ୍ତି ଉପରେ ସୂଚନା ଦେଇ ସେ କହିଛନ୍ତି, ‘ଭାରତ ଯେ କୌଣସି ବଡ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ସକ୍ଷମ। ଅତୀତରେ ଭାରତ ଅନେକ ଅସମ୍ଭବ କାମ ସମ୍ଭବ କରି ଦେଖାଇଛି। ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଧିକ ପ୍ରତିଷେଧକ ଟୀକା ଉତ୍ପାଦନ କରାଯାଏ। ସର୍ବବୃହତ୍ତ ସେରମ୍ ଇନଷ୍ଟିଚ୍ୟୁଟ ଠାରୁ ଆରମ୍ଭ କରି ବାୟୋ-ଇ, ଭାରତ (ବାୟୋଟେକ) ଭଳି ସଂସ୍ଥା ଏବେ କରୋନା ଟୀକା ପ୍ରସ୍ତୁତ କରି ବଜାରକୁ ଛାଡିବାକୁ ଜୋରସୋରରେ ଲାଗିଛନ୍ତି। ଖୁବ୍ ଅଳ୍ପ ଦିନ ମଧ୍ୟରେ ଏ କ୍ଷେତ୍ରରେ ସେମାନେ ସଫଳ ହେବେ ବୋଲି ମୋର ବିଶ୍ୱାସ ରହିଛି।